Last updated: 31 January 2024, 12:41 PM IST
ଗଛରେ ପେନ୍ଥା ପେନ୍ଥା ହୋଇ ଝୁଲୁଛି..କିଏ ଟିକେ ଲାଲ ଲାଲ ତ କିଏ ଲମ୍ବା ଆଉ କିଏ ଗୋଲ ଗୋଲ.. କେତେକ କଞ୍ଚା ଟକ ଟକ.. ତ କେତେକ ପାଚି ଆସିଲାଣି.. ଆଉ କେତେ ଦରକଞ୍ଚା ବା ଦର ପାଚିଲା.. ହଁ ଏଗୁଡ଼ା ହେଉଛି ବିଭିନ୍ନ ରକମର ବରକୋଳି.. ବରକୋଳି କଥା କହିଲେ ପାଟିରୁ ଲାଳ ଗଡେ.. ଆଉ ଏମିତି ପେନ୍ଥା ପେନ୍ଥା ସଜ ଗଛ ତୋଳା ବରକୋଳି ଦେଖିଲେ ଜିଭ ବି ବୋଲ ମାନୁନି.. ଆପୁଲବେରୀ, ଥାଇଆପୁଲ, ମିସ ଇଣ୍ଡିଆ, ପର୍ଲ ସୁନ୍ଦରୀ ଭଳି ବେସ ସ୍ୱାଦିଷ୍ଟ ଭେରାଇଟିର କୋଳିଗଛରେ ଭର୍ତ୍ତି ହୋଇଛି ଏଇ ବଗିଚା.. କାହାର ୟେ ବଗିଚା ଆଉ କେଉଁଠି ଅଛି ଆସନ୍ତୁ ଜାଣିବା..