Advertisment

ବର୍ଷା ଋତୁରେ କଅଁଳ ଛନ ଛନିଆ ପତ୍ର ଗହଳରେ ସୁନ୍ଦର ଦିଶିବା ବଦଳରେ ଥୁଣ୍ଟା ଓ ଲଣ୍ଡା ଚେହେରା

ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା ।

Advertisment

ବର୍ଷ ତମାମ ସବୁଜ, ସୁନ୍ଦର ଓ ସତେଜ ଦେଖାଯାଉଥିବା କଳ୍ପବୃକ୍ଷ ଏବେ ଶୁସ୍କ ଓ ବିବର୍ଣ୍ଣ । ଆମେ କହୁଛୁ କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠର ମହାକଳ୍ପବୃକ୍ଷ କଥା । ଏପୀଠକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧା ଭାବନାରେ ଗଭୀର ସଂଶୟ ଆଣିଛି ବିଶାଳ ବରଗଛର ଏଭଳି ପତ୍ରଝଡ଼ା ରୂପ । ଏ ପୀଠରେ ଯାହା ଆଗରୁ କେହି କେବେ ଦେଖି ନଥିଲେ କି ଶୁଣି ନଥିଲେ, ଏବେ ତାହା ହିଁ ଘଟିଛି । ୩/୪ ଦିନ ତଳେ ସବୁଜ ପତ୍ର ଗହଳରେ ଭରପୁର ଥିବା ଗଛଟି ହଠାତ ସମ୍ପୂର୍ଣ୍ଣ ପତ୍ରଶୂନ୍ୟ ହୋଇପଡ଼ିଛି । ଏପଟେ ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା ।

Advertisment
Devotees Superstition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ