Advertisment

ଠାକୁରଙ୍କ ଜମିର ସୁରକ୍ଷା ପାଇଁ ଖୋଦ୍ ଠାକୁରଙ୍କୁ ଦଣ୍ଡ !

ସେବାୟତଙ୍କ କଳିରୁ ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ। ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗର ନିର୍ମାଣକୁ ବିରୋଧ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ନୀତିକାନ୍ତି ବନ୍ଦ କରିଦେବାରୁ ବୁଧବାର ସକାଳଠୁ ଖାଡ଼ା ଉପାସରେ ଅଛନ୍ତି ଠାକୁର।

Advertisment

ପୁଣି ଭୋକ ଉପାସରେ ପ୍ରଭୁ ଲିଙ୍ଗରାଜ ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତି। ବୁଧବାର ସକାଳୁ କେବଳ ସାହାଣମେଲା ଦର୍ଶନ ବିନା ନା କେଉଁ ନୀତିକାନ୍ତି ହେଉଛି, ନା ଅବଢ଼ା ବାହାରିଛି। ଅଚଳାଚଳ ସଂପତ୍ତିର ମାଲିକଙ୍କୁ ଏତେ ସମୟ ଧରି ଏମିତି ଭୋକରେ ରଖାଯିବାକୁ ନେଇ ବ୍ୟଥିତ ଭକ୍ତ ପ୍ରାଣ। ତେଜୁଛି ଅସନ୍ତୋଷ। ସେବାୟତଙ୍କ ଭିତରେ ସମନ୍ୱୟ ଅଭାବ ଏବଂ ବିବାଦରୁ ବର୍ଷର ବିଭିନ୍ନ ସମୟରେ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହେଉଛି। ସେବାୟତଙ୍କ ଭିତରେ ଜିଦାଜିଦି ସ୍ଥିତି ଓ ଅହଂକାର ଲଢ଼େଇ ପାଇଁ ପୂର୍ବରୁ ଅନେକ ଥର ଉପାସରେ ରହିଛନ୍ତି ଲିଙ୍ଗରାଜ। ହେଲେ ଏଥର ବିବାଦର କାରଣ ହେଉଛି ଜମି। 

Advertisment
Bhubaneswar Odisha Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ