Advertisment

ଦିନରେ ଜଙ୍ଗଲରେ ବୁଲୁଛି, ସଂଜ ହେଲେ ଗାଁ ମୁହାଁ ହେଇ ଗାଈଗୋରୁ ଖାଉଛି

ଓଡ଼ିଶା ମୁହାଁ ଆନ୍ଧ୍ର ବାଘ। ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଜଙ୍ଗଲରେ ଘୁରି ବୁଲୁଛି ମହାବଳ। ରାତି ହେଲେ ଗାଁରେ ପଶି ଗାଈଗୋରୁଙ୍କୁ ଶିକାର କରୁଛି। ବନ ବିଭାଗ କ୍ୟାମେରା ଟ୍ରାପରୁ ସ୍ପଷ୍ଟ ହୋଇଛି ମହାବଳର ଉପସ୍ଥିତି। ଏହାକୁ ନେଇ ଛାନିଆରେ ସ୍ଥାନୀୟ ଅଧିବାସୀ।

Advertisment

ମହେନ୍ଦ୍ରଗିରିରେ ମହାବଳ। ରାୟଗଡ଼ ଓ ଗୋଷାଣୀ ଜଙ୍ଗଲରେ ବୁଲୁଛି । ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛି । ଗୁହାଳରେ ବନ୍ଧା ଗାଈଗୋରୁଙ୍କୁ ଶିକାର ବନାଉଛି । ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବନାଞ୍ଚଳରେ ଘୁରି ବୁଲୁଛି ଏ ମହାବଳ । ବନ ବିଭାଗ କ୍ୟାମେରା ଟ୍ରାପରେ କଏଦ ହୋଇଛି ମହାବଳର ଫଟୋ। ମହେନ୍ଦ୍ରଗିରି ବନାଞ୍ଚଳ ଅଧୀନସ୍ଥ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗାଁରେ ଦୁଇ ଦିନରେ ଦୁଇଟି ଗାଈକୁ ଘୋଷାରି ମାରିବା ପରେ ବନ ବିଭାଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନେଇଥିଲା । ଆଖପାଖ ଅଞ୍ଚଳରୁ ମିଳିଥିଲା ମହାବଳର ପାଦଚିହ୍ନ।

Advertisment

ଏହାପରେ ମହାବଳର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ଖଞ୍ଜାଯାଇଥିଲା କ୍ୟାମେରା ଟ୍ରାପ। ଯେଉଁଥିରୁ ଗଜପତିରେ ମହାବଳ ଘୁରି ବୁଲୁଥିବା ସ୍ପଷ୍ଟ ହୋଇଛି ।
ଏହାପରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ବାଘର ଗତିବିଧି ଉପରେ ବି ନଜର ରଖାଯାଇଛି। ଏଣେ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି କୋକୁଆ ଭୟ । ସନ୍ଧ୍ୟା ହେଲେ ଘରେ ପଡ଼ୁଛି ତାଟି କବାଟ।

Odisha Gajapati Tigers In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ