Koraput
Advertisment
ସଜେଇ ହୋଇଛି କୋରାପୁଟ । ନିର୍ମଳ ଆକାଶ, ପୁଷ୍ପରାଜି, ପକ୍ଷୀ କାକଳିରେ ପୁରି ଉଠୁଛି ପରିବେଶ । ବାଟରେ ଯାଉଥିବା ପଥିକଟିଏ ବି ଅଟକି ଯାଉଛି । ଆମ୍ବ ଗଛରେ ହସୁଥିବା ବଉଳର ବାସ୍ନାରେ ସେ ହେଉଛି ବିମୋହିତ । ପୂର୍ଣ୍ଣିମା ପରେ ଫଗୁଣ ଆସିଲାଣି... ଆଉ ଏବେ ପ୍ରକୃତିର ଏହି ଭୂସ୍ୱର୍ଗରେ ଶୀତର ପ୍ରକୋପ ମଧ୍ୟ କମି କମି ଗଲାଣି । ସେଥିପାଇଁ ଆମ୍ବ ଗଛରେ ମେଞ୍ଚା ମେଞ୍ଚା ବଉଳ ସ୍ୱାଗତ କରିଛି ଋତୁରାଜ ବସନ୍ତକୁ । ଆଉ ମଳୟର ସ୍ପର୍ଶ ସମସ୍ତଙ୍କ ପାଇଁ ଆଣିଛି ନୂଆ ପୁଲକ ଓ ଉନ୍ମାଦନା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us