Advertisment

ଭଙ୍ଗା ଘର, ଜରି ପାଲ ତଳେ ଜୀବନ

ଭଙ୍ଗା ଦଦରା ଘରଟିଏ। ଘରର ଅଧା କାନ୍ଥ ମାଟିରେ ମିଶି ଗଲାଣି… ଚାଳ ନଇଁ ତଳେ ଲାଗିଲାଣି। ଦଲକାଏ ପବନ ଅସରାଏ ବର୍ଷାରେ କେତେବେଳେ ବି ମାଟିରେ ମିଶିଯିବ ଠିକ୍ ନାହିଁ।

Advertisment

ଭଙ୍ଗା ଦଦରା ଘରଟିଏ। ଘରର ଅଧା କାନ୍ଥ ମାଟିରେ ମିଶି ଗଲାଣି… ଚାଳ ନଇଁ ତଳେ ଲାଗିଲାଣି। ଦଲକାଏ ପବନ ଅସରାଏ ବର୍ଷାରେ କେତେବେଳେ ବି ମାଟିରେ ମିଶିଯିବ ଠିକ୍ ନାହିଁ। ଘରକୁ ସଳଖିବା ପାଇଁ ଚାରିପଟେ କାଠ ଦେଇ ବନ୍ଧା ବି ହୋଇଛି। ଦିନ ବେଳା ସୂର୍ଯ୍ୟ କିରଣ ଆଉ ରାତିରେ ଚାଳ ଦେଇ ଦିଶୁଛି ଗୋଲ୍ ଜହ୍ନ ହେଲେ ବର୍ଷା ଋତୁ ରେ ସମସ୍ତେ ଡରି ଡରି ବଞ୍ଚନ୍ତି ଜୀବନ । ବର୍ଷା ଡରରେ ଚାଳ ଉପରେ ଢଙ୍କା ହୋଇଛି ପଲିଥିନ୍...କାଳେ ପଲିଥିନ୍ ଉଡ଼ିଯିବ ସେଥିପାଇଁ କାଠ ଗଣ୍ଡି ବି ଲଦା ହୋଇଛି। ଆଉ ଘର ଭିତରର ଦୃଶ୍ୟ କହିଲେ ନସରେ... ଦେଖନ୍ତୁ କେମିତି ମୂଷା ଗାତ କରି ମାଟି ଗଦା କରିଛି।

Advertisment
Special Story Nuapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ