Advertisment

ଐତିହାସିକ ବାଲିଯାତ୍ରାରେ ହୋଇଛି କି ମାଳମାଳ ଦୁର୍ନୀତି ? ସଫେଇ କାର୍ଯ୍ୟରେ ଶହ ଶହ କଲେଜ ଛାତ୍ରଛାତ୍ରୀ

ଐତିହାସିକ ମେଳାରେ ମାଳ ମାଳ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବାଲିଯାତ୍ରା ସରିବାର ୩ ଦିନ ପରେ ବି ପଡ଼ିଆରେ ଆବର୍ଜନା ପଡ଼ି ରହିଥିବା ବେଳେ, ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶହ ଶହ କଲେଜ ଛାତ୍ରଛାତ୍ରୀ।

Advertisment

କଟକ ବାଲିଯାତ୍ରା ସରିବା ପରେ ନାକରେ ବାଜୁଛି ଗନ୍ଧ । ଅଳିଆ ଆବର୍ଜନାର ଗନ୍ଧ ନୁହେଁ, ମହାଦୁର୍ନୀତିର ଗନ୍ଧ । ଐତିହାସିକ ମେଳାରେ ମାଳ ମାଳ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବାଲିଯାତ୍ରା ସରିବାର ୩ ଦିନ ପରେ ବି ପଡ଼ିଆରେ ଆବର୍ଜନା ପଡ଼ି ରହିଥିବା ବେଳେ, ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶହ ଶହ କଲେଜ ଛାତ୍ରଛାତ୍ରୀ।

Advertisment

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ରହିଥିବା କହିଛନ୍ତି ଛାତ୍ରଛାତ୍ରୀଙ୍କୁ ଆଣିଥିବା କଲେଜ ଅଧ୍ୟାପକ । ହେଲେ ଅସଲ କଥା ହେଉଛି, ବାଲିଯାତ୍ରା ପଡ଼ିଆରେ ସଫେଇ କାର୍ଯ୍ୟ ପାଇଁ କଟକ ମହାନଗର ନିଗମ ପକ୍ଷରୁ ୩୪ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଛି । ତା ସତ୍ତ୍ୱେ ନେତା, ବିଧାୟକ ଓ ପୂର୍ବତନ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଅଭିଯାନ କରିବାକୁ ଯାଇ ପିଲାଙ୍କ ହାତରେ ଅଳିଆ ଉଠାଯାଇଥିଲା, ନା ୩୪ ଲକ୍ଷ ଟଙ୍କା ଟେଣ୍ଡର ଧରିଥିବା ସଂସ୍ଥାର ଅଧପନ୍ତରିଆ କାମକୁ ଏମିତି ପୂରା କରାଗଲା, ତାକୁ ନେଇ ଏବେ ପ୍ରଶ୍ନ ।

Bali Yatra Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ