ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କୁ ଜଣେ ଭକ୍ତର ଆକୁଳ ନିବେଦନ । ନିଜ ପ୍ରେମକୁ ସାକାର କରିବାକୁ ମାଆଙ୍କୁ ଜଣାଇଛନ୍ତି ମନର କଥା । ତେବେ ତାଙ୍କ ଗୁହାରୀର ମାଧ୍ୟମ ହେଉଛି ହାତଲେଖା ଚିଠି । ଆଜି ସମେଲେଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ବେଳେ ସାମ୍ନାକୁ ଆସିଛି ଏଭଳି ଚିଠି । ଯେଉଁଥିରେ ମାଆଙ୍କୁ ଅନ୍ତରର କଥା ଜଣାଇ ମାନସିକ ପୂରଣ ପାଇଁ ଲେଖିଛନ୍ତି ଭକ୍ତ ଜଣକ । ସେହିଭଳି ଆଉ ଏକ ଚିଠିରେ ନିଜ ଝିଅ କିଭଳି ନିଟ୍ ପରୀକ୍ଷାରେ ସଫଳ ହେବ, ସେନେଇ ମନୋସ୍କାମନା କରିଛନ୍ତି ଜଣେ ମାଆ । କେବଳ ଏ ଦୁଇଟି ନୁହେଁ, ବଙ୍ଗଳା ଏବଂ ତାମିଲ ଆଦି ଭାଷାରେ ଲେଖାଥିବା ଆଉ କିଛି ଚିଠି ବି ହୁଣ୍ଡିରୁ ମିଳିଛି ।