ଗାଁ କୁ ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ସହ ଯୋଡିବାକୁ ସରକାର ଆରମ୍ଭ କଲେ ଲକ୍ଷ୍ମୀ ବସ୍ ସେବା । କୋରାପୁଟ ଜିଲ୍ଲାରେ ସର୍ବପ୍ରଥମେ ଜୟପୁର ଠାରୁ କୋରାପୁଟ ଦେଇ ଏହି ସ୍ଥାନକୁ ସରକାରୀ ବସ୍ ସେବା ଆରମ୍ଭ ହୋଇଥିଲା। ପ୍ରତିଦିନ ସକାଳୁ ବସ୍ କୋଟିଆରୁ ବାହାରି କୁନ୍ଦୁଳି ହାଟ ରାସ୍ତା ଦେଇ କୋରାପୁଟ ଓ ଜୟପୁର ଆସିଥାଏ। ପୁଣି ଥରେ ସନ୍ଧ୍ୟାରେ ସେହି ରାସ୍ତାରେ କୋଟିଆ ଫେରିଥାଏ । ଏଭଳି ସ୍ଥିତିରେ ରାଜ୍ୟ ସରକାର ସୁବିଧାରେ ଯାତାୟତ ପାଇଁ ଗତ ଡ଼ିସେମ୍ବର ୧୪ ତାରିଖରେ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରି ୬୩ ଟି ବସ୍ ଯୋଗାଇଦେଲେ । ସେତେବେଳେ ସ୍ୱତନ୍ତ୍ର ଭାବେ ପଟାଙ୍ଗି ଠାରୁ କୋଟିଆକୁ ଏକ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା ରହିଥିଲାବେଳେ ଏଯାଏଁ କିନ୍ତୁ ବସ ଚାଲିପାରି ନାହିଁ ।