ବିଦେଶରେ ନାମଜାଦା ଡାକ୍ତର, ହେଲେ ମନ ଗାଁରେ । କେନ୍ଦ୍ରାପଡ଼ା ଆଳିବ୍ଲକ ଶାଳିଅଞ୍ଚ ଗାଁର ସହଦେବ ସ୍ବାଇଁ । ସୁଦୂର ଲଣ୍ଡନରେ ଜଣେ ଲୋକପ୍ରିୟ ଡାକ୍ତର । ବିପୁଳ ସଫଳତା, ଅର୍ଥ, ପଦମର୍ଯ୍ୟାଦା, ପ୍ରାଚୁର୍ଯ୍ୟର ଗହଳି ଭିତରେ ସହଦେବ ଭୁଲି ନାହାନ୍ତି ନିଜର ଗାଁ ମାଟି, ପ୍ରିୟ ବିଦ୍ୟାଳୟ ଓ ପ୍ରିୟ ପରିଜନଙ୍କୁ । କର୍ମବ୍ୟସ୍ତ ଜୀବନ ଭିତରୁ ସାମାନ୍ୟ ଫୁରସତ୍ ମିଳିଲେ ସେ ଚାଲି ଆସନ୍ତି ନିଜ ଜନ୍ମମାଟି ଶାଳିଅଞ୍ଚକୁ । କେତେବେଳେ ଗାଁରେ ସ୍ବାସ୍ଥ୍ୟ ଶିବିର କରନ୍ତି ତ କେତେବେଳେ ସାମାଜିକ ସଚେତନତା ସଭା । ଏବେ ସହଦେବ ନିଜ ଗାଁକୁ ଆସି ନିଜେ ପାଠପଢୁଥିବା ଶାଳିଅଞ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ସହ ପିଲାମାନଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଖୋଲିଛନ୍ତି ଶୋଭାଦେବୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର । ଯାହା ପିଲାଙ୍କ ପାଠ ପଢିବାରେ ବେଶ ସହାୟକ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।