Advertisment

ନାବାଳକ ସମର୍ଥ ଅପହରଣ ଓ ହତ୍ୟା ମାମଲା; ହୁଲସ୍ତୁଲ ଝାରସୁଗୁଡ଼ା

ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ରକ୍ତରଂଜିତ ଅପରାଧ ଦେଖିଛନ୍ତି ଝାରସୁଗୁଡ଼ା ସହରର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ସାଧାରଣ ମହିଳା । ଆଉ ଏବେ ୧୫ ବର୍ଷର ନୀରିହ ଛାତ୍ର ସମର୍ଥ ଅଗ୍ରୱାଲକୁ ଅପହରଣ ସହ ହତ୍ୟା ପରେ ବିଚଳିତ ହୋଇଛନ୍ତି ।

Advertisment

ମନ୍ତ୍ରୀ ନବ ଦାସ ହତ୍ୟାର ୨ମାସ ଭିତରେ ଜଣେ ନାବାଳକକୁ ଅପହରଣ କରି ଯେଭଳି ହତ୍ୟା କରାଗଲା, ତାକୁ ନେଇ ହୁଲସ୍ତୁଲ ସାରା ଝାରସୁଗୁଡ଼ା । ୧୫ ବର୍ଷିୟ ସମର୍ଥଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଫାଶିଦଣ୍ଡ ଦାବିରେ ଆଜି ସହରରେ ଗର୍ଜିଛନ୍ତି ସମର୍ଥକ ସହପାଠୀ, ଯୁବପିଢ଼ି ଓ ବିଭିନ୍ନ ବର୍ଗର ମହିଳା । ଏସବୁ ଭିତରେ ମାମଲାରେ ଆଉ ଜଣେ ସନ୍ଦିଗ୍ଧକୁ ବୁର୍ଲାରୁ ଉଠାଇ ଥିବାବେଳେ ଅପରାଧ ପଛର କାରଣ ଓ କେମିତି ଘଟାଇଥିଲେ ଅପରାଧ, ଅଭିଯୁକ୍ତମାନଙ୍କୁ ଧରି କ୍ରାଇମସିନ୍ ରିକ୍ରିଏସନ୍ କରି ପୋଲିସ ତନାଘନା କରୁଛି ।

Advertisment
BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ