Advertisment

ସରୁନି ଟଙ୍କା ଗଣତି କି ମିଳୁନି ହିସାବ; ପୁଣି ବ୍ୟାଙ୍କ ଲକରରୁ ମିଳିଲା ବ୍ୟାଗ୍ ଭର୍ତ୍ତି ଅଳଙ୍କାର

୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି ।

Advertisment

ଗଣତି ସରୁନି କି ହିସାବ ମିଳୁନି । ବଲାଙ୍ଗିର ସାହୁ ସାମ୍ରାଜ୍ୟ ଉପରେ ଆଇଟି ରେଡର ଷଷ୍ଠଦିନରେ ବି ମିଳିଛି ପୁଳା ପୁଳା ସମ୍ପତ୍ତି । ଗତ ୫ଦିନର ରେଡରେ ଟିଟିଲାଗଡ଼, ସମ୍ବଲପୁର ଓ ବଲାଙ୍ଗିରରେ ୩୩୩ କୋଟି ଟଙ୍କା ମିଳିଥିଲା । ଆଜି ସେହି ଟିଟିଲାଗଡ଼ରେ ବ୍ୟାଙ୍କ ଲକରରୁ ମିଳିଛି ବିପୁଳ ସୁନା । ଯାହା ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ବୋଲି କୁହାଯାଉଥିବାବେଳେ ଏତେ ପରିମାଣର ସୁନା ସହ ଜବତ ଟଙ୍କାର ଉତ୍ସ କ’ଣ ? ତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଏହାପଛରେ ବିଜେଡିର ଲିଙ୍କ ଅଭିଯୋଗ ଆଣି ଆଜି ରାଜ୍ୟବ୍ୟାପି ଗର୍ଜିଛି ବିଜେପି ।

Advertisment
Money IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ