Advertisment

ପଚାରୁନି ଓଡ଼ିଶା, ବୋହି ନେଉଛି ପଡ଼ିଶା

ପ୍ରତିବର୍ଷ ବାହାରୁଛି ୫୦ ହଜାର ମେଟ୍ରିକ୍ ଟନ୍, ମିଳିଛି ସ୍ୱତନ୍ତ୍ର ମାନ୍ୟତା.. ତଥାପି ଅଦାକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି କି ଗୁରୁତ୍ୱ ଦେଉନାହାନ୍ତି..

Advertisment

ଖାଲି କଫି କି ମିଲେଟ୍ ପାଇଁ ନୁହେଁ ପାହାଡ଼ପର୍ବତ ଘେରା କୋରାପୁଟ ଜିଲ୍ଲା ଅଦା ପାଇଁ ବି ଲୋକପ୍ରିୟ..ଏଠାକାର ଶୀତଳ ଜଳବାୟୁ ଓ ଜମିର ଗୁଣବତ୍ତା ଅଦା ଚାଷ ପାଇଁ ବେଶ ଉପଯୋଗୀ.. ଜିଲ୍ଲାର ପ୍ରାୟ ୪ ହଜାର ହେକ୍ଟର ଜମିରେ ଅଦା ଚାଷ ହୋଇଥାଏ..ଆଉ ପ୍ରତି ବର୍ଷ ଉତ୍ପାଦନ ହୋଇଥାଏ ପ୍ରାୟ ୫୦ ହଜାର ମେଟ୍ରିକ୍ ଟନ୍.. ଡିସେମ୍ବର ଓ ଜାନୁୟାରୀରେ ଅଦା ଅମଳ ହୋଇଥାଏ.. ଖାସ୍ କଥାଟି ହେଲା ଏକ ଜିଲ୍ଲା ଏକ ଉତ୍ପାଦ ତାଲିକାରେ-ODOP କୋରାପୁଟର ଅଦାକୁ ସ୍ୱତନ୍ତ୍ର ମାନ୍ୟତା ମିଳିଛି.. କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ସାଇଣ୍ଟିଫିକ୍ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ କାଉନସିଲ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି..ହେଲେ ବିଡମ୍ବନା ଜିଲ୍ଲାରେ କିନ୍ତୁ ଅଦାକୁ ଅବହେଳା କରାଯାଉଛି.. ଆଡ଼ ଆଖିରେ ବି ଗୁରୁତ୍ୱ ଦିଆଯାଉନି..

Advertisment
Koraput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ