Advertisment

କେବେ ପାହିବ ଶ୍ରମିକଙ୍କ ଦୁଃଖର ରାତି ? ଚାଖଣ୍ଡେ ପେଟ ପାଇଁ ଚାଲିଛି ପ୍ରତି ମୁହୂର୍ତ୍ତରେ ସଂଘର୍ଷ

ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ ମୋଡ଼ିଦେବା ପରେ ଚାଷ ଜମି ବନ୍ଧା ପକାଇ ନିଜ ସାଧ୍ୟମତେ ଚିକିତ୍ସା କରି ଫେଲ ମାରିବା ପରେ ୬ ମାସ ଧରି ଶଯ୍ୟାଶାୟୀ ।

Advertisment

ଆଜି ବିଶ୍ୱ ଶ୍ରମିକ ଦିବସ । ଶ୍ରମିକଙ୍କ ପାଇଁ ଦିନଟିଏ । ସେମାନଙ୍କ ଉନ୍ନତି ଲାଗି ଅନେକ ଆଲୋଚନା ପର୍ଯ୍ୟାଲୋଚନା । ମନ୍ତ୍ରୀ ଓ ଅଫିସରଙ୍କ ମୁହଁରେ ଶ୍ରମିକ ପାଇଁ ଯୋଜନା ପରେ ଯୋଜନାର ରୂପରେଖ । ହେଲେ ବାସ୍ତବ ଚିତ୍ର କିନ୍ତୁ ପୂରା ଓଲଟା । କେଉଁଠି କାମଧନ୍ଦା ସନ୍ଧାନରେ ଭିଟାମାଟି ଛାଡ଼ି ରାଜଧାନୀ ଆସିଥିବା ଶ୍ରମିକଟି କାମ ପାଉନି ତ, ଆଉ କେଉଁଠି ମନରେଗା ଯୋଜନାରେ କାମ କରିଥିବା ଶ୍ରମ ବାବଦ ଅର୍ଥକୁ ଅନେଇ ବସିଛି ଶ୍ରମିକ । ଓଟିଭିର ବିଶେଷ ରିପୋର୍ଟ ।.

Advertisment
Labour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ