Advertisment

ହାର୍ଟଆଟାକ୍ ଆସିଲା.. ୬୫ଜଣଙ୍କ ଜୀବନ ବଞ୍ଚାଇ ଆଖି ବୁଜିଦେଲେ ଡ୍ରାଇଭର୍.. ହେଲେ ଆଉ ଜଣେ..

ଛାତିରେ ଯନ୍ତ୍ରଣା ହେଉଥାଏ.. କିନ୍ତୁ ଚଳନ୍ତା ଗାଡ଼ିକୁ ଛାଡ଼ିଲେ ନାହିଁ.. ଗାଡ଼ି ଅଟକାଇ ଷ୍ଟିୟରିଂ ଉପରେ ଆଖି ବୁଜିଦେଲେ.. ୬୫ ଜଣଙ୍କ ଜୀବନ ବଞ୍ଚାଇ ବନିଗଲେ ହିରୋ.

Advertisment

ମୃତ୍ୟୁର ଆଭାସ ପାଇସାରିଥିଲେ.. ତଥାପି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନିଜର ଶେଷ କର୍ତ୍ତବ୍ୟ ସାରିଦେଇ ଗଲେ..ଛାତିଏ ଯନ୍ତ୍ରଣାରେ ଛଟପଟ ହୋଇ ଧୀରେ ଧୀରେ ପ୍ରାଣ ଶରୀର ଛାଡ଼ିଥିଲା.. କିନ୍ତୁ ସେ ଚଳନ୍ତା ଗାଡ଼ିରେ ନିଜ ଯାତ୍ରୀମାନଙ୍କ ହାତ ଛାଡ଼ିନଥିଲେ.. ରାସ୍ତା ମଝିରେ ଗାଡ଼ି ଚଲାଉଥିବା ବେଳେ ହଠାତ୍ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ.. ଛାତିର କଷ୍ଟକୁ ଚାପି ପ୍ରଥମେ ଗାଡି ଛିଡା କରାଇ ଷ୍ଟିଅରିଂ ଉପରେ ହିଁ ନିଜର ଜୀବନ ଦେଇ ବଞ୍ଚାଇଲେ 65 ଜଣଙ୍କ ଜୀବନ.. ଆଉ ଏଇ ଦୁଃଖଦ ପରିସ୍ଥିତିରେ ଦେବଦୂତ ହୋଇ ପହଞ୍ଚିଥିଲେ ଆଉ ଜଣେ ଡ୍ରାଇଭର୍ ଭାଇ.. ଅତିଥି ଦେବୋ ଭବଃ ମାନସିକତାକୁ ପୂରା କରି ଯାତ୍ରୀମାନଙ୍କୁ ସହଯୋଗର ହାତ ବଢାଇଲେ.. ଏଇ ଦୁଇ ଡ୍ରାଇଭର ଭାଇଙ୍କ ଦରଦୀ ହୃଦୟ ଆଉ ମଣିଷପଣିଆ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା..

Advertisment
Odisha News Nilagiri Heart Attack Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ