ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ସେମାନଙ୍କ ପାଇଁ ରାଜ୍ୟରେ ଆଉ ନାହିଁ କି ଅନୁକୂଳ ପରିବେଶ ? ନିକଟରେ ହାତୀଙ୍କ ସହ ଘଟିଥିବା କିଛି ଅମାନବୀୟ ଓ ନୃଶଂସ ଘଟଣାକୁ ନେଇ ଠିଆ ହୋଇଛି ଏମିତି ପ୍ରଶ୍ନ । କେବେ ଶିକାରୀ ଗୁଳି ତ ଆଉ କେବେ ଟ୍ରେନ୍ ଇଂଜିନ ନେଉଛି ଜୀବନ । ଏବେ ସ୍ଥିତି ଏମିତି ଯେ, ରାସ୍ତା ପାର୍ ବେଳେ ଗାଡ଼ି ଧକ୍କାରୁ ବି ବର୍ତ୍ତୁନାହାନ୍ତି ହାତୀପଲ ।