Advertisment

ଥାଇ ବରକୋଳି ଚାଷ ଦେଇଛି ରୋଜଗାର

ଅଧ ଏକର ଜମିରେ ପରୀକ୍ଷାମୂଳକ ଭାବେ ୧୬୦ଟି ବରକୋଳି ଗଛ ଲଗାଇଥିଲେ । ଯାହା ଏବେ ଦେଇଛି ସଫଳତା ।

Advertisment

ନୂଆପଡା ଜିଲ୍ଲା କୋମନା ବ୍ଲକ ମାଳିମୁଣ୍ଡା ଗାଁର ଏ ଦୁଇ ଭାଇ ହେଲେ ଡାକ୍ତର ଅଜିତ କୁମାର ଭୋଈ ଏବଂ ଦିଲ୍ଲୀପ କୁମାର ଭୋଈ । ଜଣେ ପେଷାରେ ସରକାରୀ ଆୟୁଷ ଡାକ୍ତର, ଅନ୍ୟ ଜଣେ ପେଷାରେ ଆଇନଜୀବୀ । କିନ୍ତୁ ରୁଚି ଚାଷ କରିବା । କିଛି ନୂଆ କରିବା ଆଶାରେ ନିଜ ୧୪ଏକର ଜମିରୁ ପରୀକ୍ଷାମୂଳକ ଭାବେ ଅଧ ଏକର ଜମିରେ ୧୬୦ଟି ଥାଇ ବରକୋଳି ଗଛ ଲଗାଇଥିଲେ । ଯାହା ଏବେ ଦେଇଛି ସଫଳତା । ଆଉ ନୂଆପଡ଼ା ମାଟିରେ ହସୁଛି ଗ୍ରୀନ ଥାଇ ଆପେଲ୍ ବେରୀ, ବାଳସୁନ୍ଦରୀ, କାଶ୍ମିରୀ ସୁନ୍ଦରୀ ଓ ମିସ୍ ଇଣ୍ଡିଆ ଭେରାଇଟିର ବିଦେଶୀ ବରକୋଳି । ଆଉ ଏହି ଥାଇ ବରକୋଳି ଦେଇଛି ଲକ୍ଷାଧିକ ଟଙ୍କାର ରୋଜଗାର ।

Advertisment
Odisha Odisha Farmer Nuapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ