ଯେଉଁ ବାପା ଦିନେ ଥକି ନପଡ଼ିବା ଯାଏଁ କାମ କରି ପୁଅକୁ ପାଳିପୋଷି ବଡ଼ କରିଥିଲା । ସେହି ପୁଅ ଆଜି ବଡ଼ ହେବା ପରେ ଏମିତି ଅତ୍ୟାଚାର କରୁଛି । ଏପରି ଦଃଖଦ ଘଟଣା ଆସିଛି ଭଦ୍ରକ ସହରାଞ୍ଚଳ ଥାନା ଜାନୁଗଞ୍ଜ ଅଞ୍ଚଳରୁ । ପୁଅ ପାଖରୁ ମାଡ଼ ଖାଇ ଘର ଛାଡ଼ିବା ପରେ, ପର ଦୋକାନ ବାରଣ୍ଡାରେ ଦିନ କାଟୁଥିଲେ ବୃଦ୍ଧ ବାପା । ହେଲେ ସେଠାରେ ପୁଣି ପୁଅ ପହଞ୍ଚି ନିସ୍ତୁକ ମାଡ଼ ମାରିବା ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୃଦ୍ଧ ବାପ ଜଣକ ।