Last updated: 15 March 2023, 09:58 PM IST
୧୦ ଦଫା ଦାବି ପୂରଣ ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ଠକିଥିବା ଅଭିଯୋଗରେ ଆଜି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇ ଗର୍ଜିଛନ୍ତି ଡ୍ରାଇଭର। ସଂଘ କହିଛି ସରକାର ଆମ କଥା ନଶୁଣିବା ଯାଏଁ ଆନ୍ଦୋଳନ ଅନିର୍ଦ୍ଦିଷ୍ଟକାଳ ଯାଏଁ ଚାଲିବ। ଡ୍ରାଇଭରଙ୍କ ଧର୍ମଘଟର ପ୍ରଭାବ ଚାରିଆଡ଼େ ପଡ଼ିଥିବାବେଳେ ପରିବହନ ମନ୍ତ୍ରୀ କହିଛନ୍ତି- ସରକାର ଆଲୋଚନା ପାଇଁ ପ୍ରସ୍ତୁତ, ଏକ ହାଇଲେବଲ କମିଟି ଗଠନ କରି ସେମାନଙ୍କ ଦାବିର ତର୍ଜମା ହେଉଛି ।