Advertisment

ଚର୍ଚ୍ଚାରେ ନନ୍ଦକିଶୋରଙ୍କ କାହାଣୀ; ପରିସ୍ଥିତି ବନାଇଥିଲା ଶ୍ରମିକ, ହେଲେ ଆଜି ସେ ଅଗ୍ନିବୀର

ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।

Advertisment

କିଏ ଫୁଲମାଳ ପିନ୍ଧାଉଛନ୍ତି ତ, କିଏ ଭାରତ ମାତା କି ଜୟ ଜୟକାର ଧ୍ୱନି ଭିତରେ ଧୂପଦୀପ ଦେଇ ବନ୍ଦାଉଛନ୍ତି । କାହିଁକି ନା ଶ୍ରମିକରୁ ସୈନିକ ବନି ପ୍ରଥମ ଥର ପାଇଁ ସୈନିକ ବେଶରେ, ଗାଁକୁ ଫେରିଛି ସୈନିକ ପୁଅ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଖଲିପଥର ଗାଁର । ଆଉ ଗାଁ ମାଟିରେ ପାଦ ଦେଉ ଦେଉ, ଗାଁ ଲୋକଙ୍କ ଏତେ ପ୍ରେମ, ଏତେ ଭଲପାଇବା ସାଉଁଟୁଥିବା ଏ ଯୁବ ସୈନିକ ଅଗ୍ନିବୀର ନନ୍ଦକିଶୋର ।

Advertisment
Bolangir Labourer Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ