ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସକ୍ଷମ। ଦିବ୍ୟାଙ୍ଗ ହେଲେ ମଧ୍ୟ ପାଠ ପଢାର ଇଛା ଶକ୍ତି ଆଜି ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ । ଦୁଇ ଗୋଡ ନ ଥାଉ ପଛେ ଦୌଡ଼ିବାର ଅଛି ଇଛା । ମୁଁ ପାଠ ପଢିବି ସଫଳ ହେବି। ସମସ୍ତଙ୍କ ପାଇଁ ପ୍ରେରଣା ସାଜିବି। ଦିବ୍ୟାଙ୍ଗ ହେଲେ ବି କାହା ଉପରେ ନିର୍ଭର କରିବି ନାହିଁ । ନିଜେ ପାଠ ପଢା ଜାରି ରଖିବା ସହ ଛୋଟ ଛୋଟ ପିଲାଙ୍କୁ ପଢାଇ ନିଜର ପାଠ ପଢା ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ବି ବହନ କରୁଛନ୍ତି ।