By: Pallipuspa Samal
Last updated: 07 April 2024, 10:37 AM IST
ଦେହରେ ହଳଦିଆ ବସ୍ତ୍ର ହାତରେ ଝୁଲ ମୁଠା, କାନ୍ଧରେ ବାନା ବାଡ଼ି ଧରି ଗାଁକୁ ଗାଁ ଖାଲି ପାଦରେ ଚାଲିଛନ୍ତି ବ୍ରତଧାରୀ ଦଣ୍ଡୁଆ । ତତଲା ଭୂଇଁ ଓ ଡହ ଡହ ଖରାକୁ ଖାତିର ନକରି ପରିବାରର ମଙ୍ଗଳ ଓ ସମାଜର ଶୁଭ ମନାସି ବାହାରିଛନ୍ତି ଦଣ୍ଡ ଯାତ୍ରାରେ । ଢୋଲ, ଘଣ୍ଟ, ମହୁରୀ ବାଦ୍ୟରେ ପ୍ରକମ୍ପିତ ହେଉଛି ପୁର ପଲ୍ଲୀ ।