Advertisment

ରାଜଧାନୀରେ ନିର୍ମାଣସୌଧରେ ନିଲାମୀ ପାଲା

ଯିଏ ନଅ ତାଲା ବିଲଡିଂ ତିଆରି କରି ଆଜିକୁ ୪୦ ବର୍ଷରୁ ଅଧିକ ସମୟ ଧରି ବକେୟା ଟଙ୍କା ପାଇଁ ଦୌଡୁଥିଲେ କୋର୍ଟ କଚେରୀ। ଶେଷରେ ଲୋକହସା ହେବା ପରେ ରାଜ୍ୟ ସରକାର ମୂଳ ୬ ଲକ୍ଷ ଏବଂ ସୁଧ ପ୍ରାୟ ୧୨ ଲକ୍ଷକୁ ମିଶାଇ ୧୮ ଲକ୍ଷରୁ ଅଧିକ ଟଙ୍କା ଗଣିବା ପରେ ଥମିଥିଲା ସ୍ଥିତି ।

Advertisment

ନିର୍ମାଣ ସୌଧରେ ହଇଚଇ। କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ ଅଫିସରେ ପଶିଲେ କୋର୍ଟ କର୍ମଚାରୀ। କିଏ ବିରାଟକାୟ ଟିଭିକୁ ଖୋଲିଦେଲେ ତ ଆଉ କିଏ କମ୍ପ୍ୟୁଟର ସହ ଚେୟାର, ଟେବୁଲ, ପ୍ରିଣ୍ଟର, ଏସିକୁ ଉଠାଇନେଲେ। ଏପରିକି ଛୋଟ ମୋଟ ଫ୍ୟାନକୁ ଛାଡ଼ିଲେନି। କୋର୍ଟଙ୍କ ଯେତେବେଳେ ନିର୍ଦ୍ଦେଶ ଅଛି, କିଏ ବା କାହିକି ବିଳମ୍ବ କରିବ। ଯୁଦ୍ଧକାଳୀନ ଭିତରେ ଯିଏ ଯେମିତି ପାରିଲା, ଗାଡ଼ିରେ ବୋହି ନେବା ପାଇଁ ଆସବାବପତ୍ରକୁ ଏଭଳି ଖୋଲି ପକାଇଲେ। କାରଣ ଠିକାସଂସ୍ଥା କଷ୍ଟ୍ରକସନ ଇଣ୍ଡିଆର ୧୮ଲକ୍ଷ ଟଙ୍କା ରାଜ୍ୟ ସରକାର ସୁଝିବାରେ ଅକ୍ଷମ ହେବାରୁ ଏସବୁ ଆସବାବପତ୍ରର ନିଲାମ ହୋଇଥାନ୍ତା, ଆଉ ସେହି ଟଙ୍କାକୁ ଦିଆଯାଇଥାନ୍ତା ସଂପୃକ୍ତ ଠିକାସଂସ୍ଥାକୁ। ଯିଏ ନଅ ତାଲା ବିଲଡିଂ ତିଆରି କରି ଆଜିକୁ ୪୦ ବର୍ଷରୁ ଅଧିକ ସମୟ ଧରି ବକେୟା ଟଙ୍କା ପାଇଁ ଦୌଡୁଥିଲେ କୋର୍ଟ କଚେରୀ। ଶେଷରେ ଲୋକହସା ହେବା ପରେ ରାଜ୍ୟ ସରକାର ମୂଳ ୬ ଲକ୍ଷ ଏବଂ ସୁଧ ପ୍ରାୟ ୧୨ ଲକ୍ଷକୁ ମିଶାଇ ୧୮ ଲକ୍ଷରୁ ଅଧିକ ଟଙ୍କା ଗଣିବା ପରେ ଥମିଥିଲା ସ୍ଥିତି । ଆଉ ସମସ୍ତ ଆସବାବପତ୍ରକୁ ଛାଡ଼ି ଫେରିଯାଇଥିଲେ କୋର୍ଟରୁ ଆସିଥିବା କର୍ମଚାରୀ।

Advertisment
Bhubaneswar Auction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ