ଘିରି ଘିରି ହେଇ ୨ ଆଡକୁ ବୁଲି ପଡୁଥିବା ଏ ଯନ୍ତ୍ର ଶ୍ରତ୍ରୁପକ୍ଷର ସମସ୍ତ ଇରାଦାକୁ ଧୂଳିସାତ୍ କରିଦେବ। ସନ୍ଧାନୀ ଡ୍ରୋନ ହେଉ କିମ୍ବା ମିଜାଇଲ୍। ଉଭୟର ଭୟଙ୍କର ଉପସ୍ଥିତିକୁ ଇଏ ଆଗୁଆ ଠାବ କରିପାରେ। ଏ ଯନ୍ତ୍ରାଂଶର ନାଁ ହେଉଛି ପ୍ରୋଟୋଟାଇପ୍ ଫ୍ରିକ୍ଵେନ୍ସି ହ୍ୟାକିଂ ଡିଭାଇସ୍। ଯାହାକୁ ତିଆରି କରିଛନ୍ତି ପାରାଦୀପର ଅଷ୍ଟମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ସ୍ଵାଇଁ।