Advertisment

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ

ବଦଳିଯିବ ବ୍ୟବସ୍ଥା, ବଦଳିଯିବ ନିୟମ। ଶ୍ରୀମନ୍ଦିରରୁ ଲିଙ୍ଗରାଜ ମନ୍ଦିର ସବୁଠି ନୂଆବର୍ଷରୁ ଲାଗୁ ହେଉଛି ନୂଆ କଟକଣା। ଶ୍ରୀମନ୍ଦିରରେ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ ସାଙ୍ଗକୁ କାଲିଠୁ ବ୍ୟାନ ହେବ ପାନଗୁଟଖା।

Advertisment

ଶ୍ରୀମନ୍ଦିରରେ ଆସନ୍ତାକାଲିଠୁ ଲାଗୁ ହୋଇଯିବ ନୂଆ ଢାଞ୍ଚାରେ ଦର୍ଶନ ବ୍ୟବସ୍ଥା। ବଡ଼ଦାଣ୍ଡରେ ଭକ୍ତଙ୍କୁ ଅକଥନୀୟ ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଶୀତତାପ ନିୟନ୍ତ୍ରିତ ଟନେଲ୍ ସେଡ୍ ପ୍ରସ୍ତୁତ। କେଉଁବାଟେ ପଶିବେ ? ଭିଡ଼ ଥିଲେ ଟନେଲ ଭିତରେ କେମିତି ସିଟିଂ ସେଡ୍‌ରେ ଥକ୍କା ମାରିବେ ? କେଉଁ ରାସ୍ତାରେ ସିଂହଦ୍ୱାର ଛୁଇଁବେ। ପୋଲିସ କର୍ମଚାରୀଙ୍କୁ ଡମି ଭକ୍ତ ଭାବେ ନେଇ ଏସବୁର ଗୋଟି ଗୋଟି କରି ଟ୍ରାଏଲ୍ ରନ୍ ସାରିଛି ପୁରୀ ପୋଲିସ୍। ତା ସହ ମନ୍ଦିର ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବି ସଚେତନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଯେହେତୁ ନୂଆବର୍ଷରେ ଜଗା ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଛି। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ତତ୍ପର ହୋଇଛି। ଆଜି ରାତି ୧୦ଟାରୁ ୧୧ଟା ଭିତରେ ଠାକୁରଙ୍କ ରାତ୍ରୀ ପହୁଡ ନୀତି ହେବ। ରାତି ଗୋଟାଏରେ ସିଂହଦ୍ୱାର ଖୋଲିବ ଏବଂ ଅଧଘଣ୍ଟା ଭିତରେ ମଙ୍ଗଳ ଆଳତୀ ସରି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଭକ୍ତମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ସାନିଧ୍ୟ ନେବେ। ନୂଆ ବ୍ୟବସ୍ଥାକୁ ଭକ୍ତ ସ୍ୱାଗତ କରିଥିବାବେଳେ ଶ୍ରୀମନ୍ଦିର ଭିତରେ କିନ୍ତୁ ଛୋଟ ପିଲା, ମହିଳା ଓ ବୃଦ୍ଧ ଯେଉଁଭଳି କଷ୍ଟ ଭୋଗୁଛନ୍ତି ସେଥିରେ ସୁଧାର ଆଣିବାକୁ ଦାବି କରିଛନ୍ତି।

Advertisment
Odisha Puri Srimandir New Year
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ