Advertisment

ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ ! ମେୟର ଓ କମିଶନରଙ୍କୁ ଘେରି ଜବାବ ମାଗିଲେ ଲୋକେ

ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ।

Advertisment

ବେପରୱା ନିର୍ମାଣ କାମ ପାଇଁ କଟକ ସହରରେ ୨ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଅସନ୍ତୋଷ । ବାରମ୍ବାର ଏଭଳି ମନୁଷ୍ୟକୃତ ଅଘଟଣ ପାଇଁ ଆଜି ମେୟର ଓ କମିଶନରଙ୍କୁ ଘେରି ଲୋକେ ଜବାବ ମାଗିଛନ୍ତି । ପ୍ରଶ୍ନବାଣରେ ଛନ୍ଦିଛନ୍ତି । ଅପରପକ୍ଷେ ଗତକାଲିର ଅଘଟଣରେ ପ୍ରାଣ ହରାଇଥିବା ମୃତ ଛାତ୍ରୀଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯିବା ସହ କାର୍ଯ୍ୟରେ ଅବହେଳା ପାଇଁ ୨ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କରାଯାଇଛି ।

Advertisment
Cuttack Commissioner CMC Mayor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ