ଆମେ କଣ ଅଧିକ ମାଗୁଛୁ । ଖୁସିବାସି କରିବାକୁ ଟଙ୍କା ଦିଅ । ଆବାସ ଯୋଜନାରେ ବିଲ୍ କରାଇଦେବାକୁ ଏମିତି ଟଙ୍କା ମାଗୁଛନ୍ତି ଗ୍ରାମ ରୋଜଗାର ସେବକ । ଆଉ ତାର ରେକର୍ଡିଂ ଏବେ ଫୋନରୁ ଫୋନ୍ ଘୁରିବୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ରାଇପଡା ପଞ୍ଚାୟତରେ । GRS ସୁବାସ ଚନ୍ଦ୍ର ପରିଡ଼ା ଖୁଲମଖୋଲା ଟଙ୍କା ମାଗୁଥିବାର ରେକର୍ଡିଂ ଭାଇରାଲ ହେଉଛି...ଟିକେ ଶୁଣି ନିଅନ୍ତୁ କେମିତି ଟଙ୍କା ମାଗୁଛନ୍ତି GRS ମହାଶୟ ।