Water Scarcity
Advertisment
ଏଇଠି ଖାଇବ...ଘରକୁ ଯାଇ ହାତ ଧୋଇବ । ହଁ ଆଜ୍ଞା ଠିକ୍ ଏପରି କିଛି କଥା ଦେଖିବାକୁ ମିଳିଛି ଅଙ୍ଗନବାଡିର କୁନିକୁନି ପିଲାଙ୍କ କ୍ଷେତ୍ରରେ । ଏ ହେଉଛି ସୁନ୍ଦରଗଡ଼-ବଣାଇ ଜଗନ୍ନାଥପୁରରେ ଥିବା ଅଙ୍ଗନବାଡି କେନ୍ଦ୍ର । ଏଠି ଦୁଇ ଦୁଇଟି ନଳକୂଅ ରହିଛି । ହେଲେ ଅବସ୍ଥା ଦେଖନ୍ତୁ, ଗୋଟିଏ ମାଟିରେ ପୋତି ହୋଇଯାଇଥିବା ବେଳେ ଅନ୍ୟଟିରୁ ବାହାରୁଥିବା ପାଣି ବ୍ୟବହାର ଯୋଗ୍ୟ ନୁହେଁ । ଫଳରେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି କୋମଳମତି ବାଳକ ବାଳିକା । ଏପରିକି ଖାଦ୍ୟ ଖାଇସାରିବା ପରେ କାହା ଘର ଉପରେ ହେବାକୁ ପଡ଼ୁଛି ନିର୍ଭରଶୀଳ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us