Advertisment

ହନୁମାନ ଭରସାରେ ଅମଳା ସଂଘର ଆନ୍ଦୋଳନ

ଗତକାଲି ମାଲକାନଗିରିରେ ପକୁଡ଼ି ବିକୁଥିଲେ, ଆଜି ବ୍ରହ୍ମପୁରରେ ହନୁମାନ ଚାଳିଶା ପାଠ କରିଛନ୍ତି।

Advertisment

ସରକାରୀ ଅଫିସ୍ ଭିତରେ ଖାଲି, ବାହାରେ କର୍ମଚାରୀ... ଚାଲିଛି ଭଜନ କୀର୍ତ୍ତନ, ପୂଜା ପାଠ। ଗଲା ୧୭ ଦିନ ଧରି ସାରା ରାଜ୍ୟରେ ଏମିତି ଧାରଣାରେ ବସିଛନ୍ତି ସରକାରୀ କର୍ମଚାରୀ । ଗ୍ରେଡ୍ ପେ’ ୪ ହଜାର ୨ ଶହ ଟଙ୍କାକୁ ବୃଦ୍ଧି ପାଇଁ ସେମାନେ ଯେଉଁ ଦାବି କରୁଛନ୍ତି ସତେ ଯେମିତି ଆଉ ସରକାର ନୁହେଁ, ହନୁମାନ ହିଁ ଶେଷ ଆଶା ଭରସା। ସେଥିପାଇଁ ଏ ହନୁମାନ ଚାଳିଶା ପାଠ।ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ।... ଯେଉଁଠି ଏମିତି ୪୦ ଡିଗ୍ରୀ ଖରାରେ ବସି ନିଜ ଦାବି ଜଣାଉଛନ୍ତି ଅମଲା।

Advertisment
Berhampur Hanuman Chalisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ