Advertisment

ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ଜଳକଷ୍ଟ; ଦେଖାଦେଲାଣି ପିଇବା ପାଣି ସମସ୍ୟା

ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।

Advertisment

ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଅସହ୍ୟ ହେଲାଣି ଜଳକଷ୍ଟ । ଉପକୂଳରୁ ଉପାନ୍ତ ସବୁଠି ଦେଖାଦେଲାଣି ପିଇବା ପାଣିର ସମସ୍ୟା । ଆଗକୁ ଏପ୍ରିଲ ଓ ମେ ମାସ ବାକିଥିବା ବେଳେ ଏବେ ମାର୍ଚ୍ଚ ଆରମ୍ଭରୁ କେଉଁଠି ନଳକୂପର ପାଣି ଆସୁନି, ତ କେଉଁ ମରାମତି ଅଭାବରୁ ବିଶୁଦ୍ଧ ପାଣି ପାଉ ନାହାନ୍ତି ଲୋକେ ।

Advertisment

ଆଉ କେଉଁଠି ପାଣି ଟୋପାଏ ପାଇ ପୋଖରୀ ଓ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି ଲୋକେ । ଦେଖିବା, କେନ୍ଦ୍ରାପଡ଼ା, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରୁ ରିପୋର୍ଟ । ଖରା ଦିନ ଆରମ୍ଭରୁ ଅଥୟ କଲାଣି ଜଳ କଷ୍ଟ । ଗାଁ ଗାଁରେ ପିଇବା ପାଣି ଟୋପେ ପାଇଁ ଏବେଠୁ ହେଲାଣି ସଂଘର୍ଷ ।

ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ କାହ୍ନୁଆ ଗାଁରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର, ହେଲେ ସେମାନଙ୍କ ପିଇବା ପାଇଁ ମାତ୍ର ୪ଟି ନଳକୂପ । ତା ଭିତରୁ ଗୋଟିଏ ନଳକୂପ ମରାମତି ଅଭାବରୁ ପାଣି ତ ଆସୁଛି, କିନ୍ତୁ ଭିଡ଼ କାହିଁରେ କଣ । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା ନକଲେ ବାଲଟିଏ ପାଣି ପାଇବା ମୁସ୍କିଲ ।

Advertisment
Summer Drinking Water
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ