Advertisment

ସତ ହେବ ଶିମିଳିପାଳ କଳାବାଘ ସଫାରୀ !

ବିଶ୍ୱରେ ପ୍ରଥମ ଥର ପାଇଁ ଶିମିଳିପାଳ ନିକଟରେ ହେବ କଳାବାଘ ସଫାରୀ। ହେଲେ କେମିତି ହେବ ଏହାର ରୂପରେଖ ? ଇନ୍ ବ୍ରିଡିଂ ଯୋଗୁ କଳାବାଘଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହ୍ରାସ ପାଉଥିବା ମହାବଳ ବଂଶକୁ କେମିତି ଦିଆଯିବ ସୁରକ୍ଷା ?

Advertisment

ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳା ବାଘ ସଫାରୀ। ଆସନ୍ତା ଅକ୍ଟୋବର ସୁଦ୍ଧା ଏହି ସଫାରୀର ନିର୍ମାଣ କାର୍ଯ୍ୟ ସରିବ ଏବଂ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ ହେବ। ଆଜି ମୟୁରଭଞ୍ଜ ଗସ୍ତରେ ଯାଇ ଏହାର ସମୀକ୍ଷା କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟଠାରୁ ୧୫ କିଲୋମିଟର ଦୂରରେ ଏହି ସଫାରୀ ରହିବ। ପ୍ରାୟ ୨୦୦ ହେକ୍ଟର ଜମିରେ କଳା ବାଘ ସଫାରୀ ପ୍ରତିଷ୍ଠା ହେବ। ୧୦୦ ହେକ୍ଟର ଜାଗାରେ ହେବ ବାଘ ରହଣୀ ସ୍ଥଳ। ବଳକା ୧୦୦ ହେକ୍ଟରରେ ପାର୍କିଂ ଓ ବିଶ୍ୱସ୍ତରୀୟ ବ୍ୟାଘ୍ର ଚିକିତ୍ସା କେନ୍ଦ୍ର ହେବ। ପ୍ରାଥମିକ ଭାବେ ନନ୍ଦନକନନରେ ଥିବା ୩ଟି କଳା ବାଘ ଓ କିଛି ଧଳା ବାଘଙ୍କୁ ଏହି ସଫାରୀକୁ ଅଣାଯିବାର ଯୋଜନା ରହିଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଆଜି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ପରେ ବନ୍ୟପ୍ରାଣୀ ପିସିସିଏଫ୍ ସ୍ପଷ୍ଟ କରିଛନ୍ତି, ଏଥିପାଇଁ ନା କୌଣସି ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ ନାହିଁ। 

Advertisment
Odisha Mayurbhanj Similipal National Park Similipal Tiger Reserve
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ