Last updated: 14 March 2022, 09:49 PM IST
ଆକ୍ରମଣର ୧୯ ଦିନରେ ଆହୁରି ତୀବ୍ର ହୋଇଛି ଋଷର ମିଶନ୍ କିଭ୍ । ବିମାନ ଫ୍ୟାକ୍ଟ୍ରିଠୁ ଆରମ୍ଭ କରି ଜନବସତି ଅଞ୍ଚଳର ଆପାର୍ଟମେଣ୍ଟ ଯାଏଁ, ୟୁକ୍ରେନ୍ କ୍ୟାପିଟାଲ୍ ସିଟିର ଗୋଟିକ ପରେ ଗୋଟିଏ ଭିତ୍ତିଭୂମି ଋଷୀୟ ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହେଉଛି । ତେଣେ ମାରିଉପୋଲରେ ଋଷ ସେନା ୨୫ ଶହ ସାଧାରଣ ଲୋକଙ୍କ ଜୀବନ ନେଇଥିବା ୟୁକ୍ରେନ୍ ଦାବି କରିଛି ।