Pakistan Economy
Advertisment
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏବେ ଭାରତ ଓ ପାକିସ୍ତାନ ଭିତରେ ମୁହାଁମୁହିଁ ପରିସ୍ଥିତି । ଭାରତକୁ ନିରନ୍ତର ଫମ୍ପା ମାଠିଆ ପରି ଧମକାଉଛି ପାକିସ୍ତାନ। ହେଲେ ନିଜର କାଙ୍ଗାଳ ପରିସ୍ଥିତିକୁ ଯେପରି ସେ ପାଶୋରି ଦେଇଛି। ଟଳମଳ ହେଉଥିବା ଅର୍ଥନୀତିକୁ ଧରି ଆତଙ୍କୀସ୍ତାନ ଭାରତକୁ ଲଗାତାର ଉସକାଉଛି, ହେଲେ ଭାରତର ଗୋଟିଏ ଝଟ୍କାରେ ସେ ତାସ୍ ଘର ପରି ଭୁଶୁଡିଯିବ ବୋଲି ଭୁଲି ଯାଉଛି। ଅର୍ଥନୀତିଠାରୁ ଆରମ୍ଭ କରି ସାମରିକ ଶକ୍ତି ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ପର୍ଯ୍ୟନ୍ତ, ପାକିସ୍ତାନ ପ୍ରତ୍ୟେକ କ୍ଷେତ୍ରରେ ଭାରତଠାରୁ ବହୁତ ପଛରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us