ଥମୁନି ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ । ମୃତ୍ୟୁ ଉପତ୍ୟକା ପାଲଟିଛି ଇସ୍ରାଏଲ ଓ ଗାଜା । ଉଭୟ ପକ୍ଷର ଯୁଦ୍ଧରେ ପାଖାପାଖି ୪ ହଜାର ଲୋକ ମୃତ୍ୟୁ ବରଣ କଲେଣି । କୋଟ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଲାଣି । ଧ୍ୱଂସସ୍ତୁପ ପାଲଟିଲାଣି ଉଭୟ ଦେଶ । ତଥାପି ଭାଙ୍ଗୁନି ମୁହଁତୋଡ଼, ସରୁନି ଯୁଦ୍ଧ । ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଇସ୍ରାଏଲ ସେନାର ଶପଥ । କମାଣ୍ତରଙ୍କ ଆହ୍ୱାନ, କୌଣସି ପରିସ୍ଥିତିରେ ସୈନିକଙ୍କ ବଳିଦାନ ବ୍ୟର୍ଥ ଯିବାକୁ ଦିଆ ଯିବନି ।