Advertisment

ମାତିଲେ ଆତଙ୍କୀ, ୯୦ ଯବାନଙ୍କୁ ମାରିଦେଲେ

ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ଟ୍ରେନ୍‌ ହାଇଜାକ୍‌ ପରେ ଉଡ଼ାଇ ଦେଲେ ବସ୍‌ । ବଲୁଚ ବିଦ୍ରୋହୀଙ୍କ ଟାର୍ଗେଟରେ ସେନା କନ୍‌ଭେ।

Advertisment

ବଲୁଚିସ୍ତାନ ଲିବରେସନ୍‌ ଆର୍ମି ବା ବିଏଲ୍‌ଏ ପୁଣି ଥରେ ପାକିସ୍ତାନରେ ଖେଳିଛି ଏଭଳି କିଛି ରକ୍ତର ହୋଲି । ଖୋଜି ଖୋଜି ପାକ୍‌ ସେନା ଯବାନଙ୍କୁ କରୁଛି ଟାର୍ଗେଟ୍। ରକ୍ତମୁଖା ହୋପିଡିଛନ୍ତି ବିଏଲ୍‌ଏର ସେନା। ଗୋଟିଏ ପରେ ଗୋଟିଏ କରୁଛି ବିସ୍ଫୋରଣ। ଆଉ ନେଉଛି ପାକ୍ ସେନା ଯବାନଙ୍କ ମୁଣ୍ଡ। ପ୍ରଥମେ ଟ୍ରେନ୍‌ ହାଇଜାକ ଆଉ ଏବେ ସେନା ଗାଡି ଉପରେ କରିଛି ହମ୍‌ଲା। ଆତ୍ମଘାତି ବିସ୍ଫୋରଣ କରି ଉଡାଇ ଦେଇଛି ସେନା ବସ୍‌। ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି ବସ୍‌। ଆଉ ଏଥିରେ ଥିବା ୯୦ ପାକିସ୍ତାନ ସେନା ଯବାନଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ବଲୁଚ ଲିବେରେସନ୍ ଆର୍ମି । ପାକିସ୍ତାନ ଗଣମାଧ୍ୟମ କିନ୍ତୁ ଏହି ଆତ୍ମଘାତି ବିସ୍ଫୋରଣରେ ପାକିସ୍ତାନ ଫ୍ରଣ୍ଟିୟର କର୍ପସର ୭ ଜଣ ଯବାନ ପ୍ରାଣ ହରାଇଥିବା କହୁଛି।

Advertisment
Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ