ତାତିଲେ ହିନ୍ଦୁ... ହାତ ଯୋଡ଼ିଲା ବାଂଲା ସରକାର । ହିନ୍ଦୁଙ୍କ ଉପରେ ଅତ୍ୟାଚାର କରିବାକୁ ନେଇ ହାତଯୋଡ଼ି କ୍ଷମା ମାଗିଲା । ବାଂଲାଦେଶ ରାଜଧାନୀ ଢାକା ଓ ଦ୍ବିତୀୟ ବୃହତ ସହର ଚିଟ୍ଟାଗଙ୍ଗରରେ ହିନ୍ଦୁଙ୍କ ବଡ଼ ପ୍ରତିବାଦ ପରେ ପ୍ରତିକ୍ରିୟା ରଖିଛନ୍ତି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର । ବ୍ରିଗେଡିୟର୍ ସଖାୱତ୍ ହୁସେନ୍ କହିଛନ୍ତି, ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ ଆମେ ଦୁଃଖିତ । ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ଆମେ ବିଫଳ ହୋଇଛୁ । ଏନେଇ ମୁଁ ହାତଯୋଡ଼ି କ୍ଷମା ମାଗୁଛି ।