ପ୍ରେମ ଆମର ରହିବ ଅମର
ନିଆରା ଏ ପ୍ରେମ ପକ୍ଷୀ... ନିଆରା ଏମାନଙ୍କ ପ୍ରେମ କାହାଣୀ । ସବୁଠାରୁ ଇଷ୍ଟରେଷ୍ଟିଂ କ’ଣ ଆପଣ ଜାଣନ୍ତି ? ଏମାନଙ୍କ ଜିଇବାର ଜୀବନ ଶୈଳୀ । ଉଭୟଙ୍କ ବୟସ ୧୦୦ ଟପିସାରିଛି । ଆଉ ଏମାନଙ୍କ ୧୩ଜଣ ସନ୍ତାନ ଥିବାବେଳେ ଶତାଧିକ ନାତି ନାତୁଣୀ ମଧ୍ୟ ଅଛନ୍ତି । ୧୯୩୬ ମସିହାରେ ଦୁହେଁ ଦୁହିଁକୁ ଭେଟିଥିଲେ । ବ୍ରାଜିଲର ୧୦୫ ବର୍ଷୀୟ ମାନୋଏଲ୍ ଆଞ୍ଜେଲିମ୍ ଡିନୋ ୧୦୧ ବର୍ଷୀୟା ମାରିଆ ଡି ସୌସା ଡିନୋଙ୍କୁ ସେତେବେଳେ ବିବାହ ପାଇଁ ପ୍ରପୋଜ କରିଥିଲେ । ହେଲେ ହଠାତ୍ ମାନୋଏଲଙ୍କ ପ୍ରେମ ନିବେଦନକୁ ସ୍ୱୀକାର କରିନଥିଲେ ମାରିଆ । ହେଲେ ବରବର୍ତ୍ତୀ ସମୟରେ ପରିବାର ଲୋକ ବୁଝାସୁଝା କରିବା ପରେ ମାରିଆ ରାଜି ହୋଇଥିଲେ । ଫଳରେ ସେମାନଙ୍କ ବିବାହ ୧୯୪୦ ମସିହାରେ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us