ଅଧା ରାସ୍ତାରେ ହାତ ଛାଡିଦେଲେ ବାପା । ଅନାଥ ହୋଇଗଲେ ଦୁଇ ପିଲା...ପରିବାରର ଚଳନି ଓ ପିଲାଙ୍କ ଲାଗି ଅଣ୍ଟାରେ ଲୁଗା ଭିଡିଲେ ଝାନ୍ସି । ସ୍ୱାମୀଙ୍କ ଦହିବରା ଦୋକାନକୁ ଗଲେ, ଦହିବାର ସହ ଚାଟ୍ ବିକିଲେ । ସ୍ୱାମୀ ସିନା ଚାଲିଗଲେ ହେଲେ ଝାନ୍ସି ଏବେ ପରିବାର ବୋଝ ଉଠାଉଛନ୍ତି ନିଜ କାନ୍ଧରେ ।
Published By: Sarbeswar
Last updated: 22 May 2023, 06:35 AM IST
ସାବିତ୍ରୀ ବ୍ରତ ପାଇଁ ଶଙ୍ଖା, ସିନ୍ଦୂର ସବୁ ଡଲାରେ ସଜେଇ ହୋଇରହିଥିଲା । ଅପେକ୍ଷା ଥିଲା ସ୍ୱାମୀ ଆସିବା ପରେ ପୂଜା କରିବେ, ଇହକାଳ ପରକାଳର ଦେବତାଙ୍କୁ ପୂଜା କରିବା ସହ ଦୀର୍ଘାୟୁ କାମନା କରିବେ । ହେଲେ ସବୁ କିଛି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା...କାରଣ ରାସ୍ତାରେ ସ୍ୱାମୀଙ୍କୁ ଛକିଥିଲା ଯମ, ଘରେ ପହଞ୍ଚିଥିଲେ ପୂଜା ହୋଇଥାଆନ୍ତେ...ହେଲେ ଘରକୁ ତ ଫେରିଲେ ପୂଜା ପାଇଁ ନୁହେଁ ବରଂ ଶବ ହୋଇ