ମୃତ୍ୟୁ ପରେ ଅଙ୍ଗଦାନ କରି ୩ ଜଣଙ୍କୁ ନୂଆଜୀବନ ଦେଇଛନ୍ତି କୁନ୍ତଳା ନନ୍ଦ। ନୟାଗଡ଼ ରଣପୁର ବ୍ଲକ ବାଉଁଶଗଡ଼ ପଞ୍ଚାୟତ ଲେମ୍ବୁଡ଼ି ଗ୍ରାମର କୁନ୍ତଳା ନନ୍ଦଙ୍କ ବୟସ ୪୯ ହେବ। ଗତ ୨୯ ତାରିଖ ରାତିରେ ତାଙ୍କୁ କୌଣସି ବିଷାକ୍ତ ସାପ କାମୁଡି ଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ନୟାଗଡ଼ ହସ୍ପିଟାଲକୁ ନିଆଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ପ୍ରାୟ ୭ ଦିନ ଚିକିତ୍ସା ପରେ ତାଙ୍କର ବ୍ରେନ ଡେଡ୍ ହୋଇଥିବା ଘୋଷଣା କରିଥିଲେ ଡାକ୍ତର। ଏହାପରେ ଅଙ୍ଗଦାନ କରିବା ପାଇଁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ। ମୃତ୍ୟୁ ପରେ ତାଙ୍କର କିଡନୀ ଓ ଲିଭର ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗଦାନ ପରେ ବିଭିନ୍ନ ରୋଗରେ ପୀଡିତ ୩ ଜଣଙ୍କ ଶରୀରେ ଏହାକୁ ପ୍ରତିରୋପଣ କରାଯାଇଛି। ଗାଁ ମଶାଣୀରେ ଅନ୍ତିମ ସଂସ୍କାର ପୂର୍ବରୁ ପୋଲିସ ପ୍ରଶାସନ ତରଫରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।
Published By: Tapan Kumar Swain
Last updated: 08 August 2025, 02:15 PM IST
ପୁଣି ଥରେ ଥାନାରେ ଯାତ୍ରା ଅଭିନେତ୍ରୀ ସୋନାଲି ବିବାଦ। ଏଥର ସୋନାଲିଙ୍କ ପୁଅ ଥାନାର ଦ୍ବାରସ୍ତ ହୋଇଛନ୍ତି। ପୁରୀ କୃଷ୍ଣପ୍ରସାଦ ଥାନାର ଦ୍ବାରସ୍ତ ହୋଇଛନ୍ତି ସୋନାଲିଙ୍କ ୧୨ ବର୍ଷର ପୁଅ।