ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ । ଏଇ ବାଡ଼ି ଖଣ୍ଡକ ଯୁବତୀଙ୍କ ପାଇଁ ସାଜିଛି ସାହାରା... ଧୀରେ ଧୀରେ ବଡ଼ଦାଣ୍ଡ ଅତିକ୍ରମ କରି ସିଂହ ଦ୍ୱାର ଦେଇ ଚଢ଼ି ଚାଲିଛନ୍ତି ୨୨ ପାହାଚ ।
Published By: Sonali Ojha
Last updated: 20 September 2024, 12:39 PM IST
ଭଗବାନ ଶିବଙ୍କୁ ଅନେକ ରୂପରେ ପୂଜା କରାଯାଏ । ଦେଶରେ ଅନେକ ଶୈବପୀଠର ରହିଛି ଅନେକ କିମ୍ବଦନ୍ତି । ଦେଖନ୍ତୁ ଏହି ବିଶାଳ ଶିବଲିଙ୍ଗକୁ । ଏହାର ଉଚ୍ଚତା ଏବେ ୧୮ଫୁଟ ଏବଂ ଚଉଡା ୨୦ଫୁଟ । ଏ ହେଉଛି ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୩ କିମି ଦୂରରେ ଥିବା ମରୋଡା ଗାଁର ଭୂତେଶ୍ୱର ନାଥଙ୍କ ଶିବଲିଙ୍ଗ । ଯାହାକୁ ସ୍ଥାନୀୟ ଅଂଚଳରେ ଭକୁରା ମହାଦେବ ନାମରେ ସମସ୍ତେ ଜାଣନ୍ତି ।