Advertisment

କଡ଼ ଲେଉଟାଇଲା କରୋନା, ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଦେଶରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣକୁ ଦେଖି ତତ୍ପର ରାଜ୍ୟ ସରକାର। ସତର୍କ ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

Advertisment

ଓଡ଼ିଶାକୁ ପୁଣି ଫେରିଲା କରୋନା ତା ସାଙ୍ଗକୁ ଫେରିଲା ମାସ୍କ ପରିଧାନ ପରାମର୍ଶ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଡ୍ୟାସବୋର୍ଡରେ ଅପଲୋଡ୍
ହୋଇଥିବା ଆଜିର ଏ ଡାଟା ଉପରେ। ଏଥିରେ ରାଜ୍ୟର ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । ଶେଷ ଥର ପାଇଁ ରାଜ୍ୟରେ ଡିସେମ୍ବର ୩ ତାରିଖରେ ଗୋଟିଏ କୋଭିଡ୍ ମାମଲା ଚିହ୍ନଟ ହୋଇଥିବାରୁ ଏହାର ୨୦ ଦିନରେ ଚିହ୍ନଟ ହୋଇଛି ନୂଆ ରୋଗୀ। ହେଲେ ସଂପୃକ୍ତ କୋଭିଡ୍ ଆକ୍ରାନ୍ତଙ୍କ ସଂପର୍କରେ ସବିଶେଷ ତଥ୍ୟ ଜଣା ପଡ଼ି ନଥିଲେ ଦେଶରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣକୁ ଦେଖି ତତ୍ପର ରାଜ୍ୟ ସରକାର। ସତର୍କ ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏଭଳି ବ୍ୟକ୍ତି ଜନଗହଳି ସ୍ଥାନକୁ ନ ଯିବା ଏବଂ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି।

Advertisment
Odisha News COVID-19 Mask For COVID
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ