Advertisment

ନିମ୍ବପତ୍ରରେ ଅଛି ବ୍ରେଷ୍ଟ କ୍ୟାନସରର ରାମବାଣ

ଏମିତିକି ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ବୋଲାଇଡ ମୂଳ ପୋଛ କରିବାର କ୍ଷମତା ରଖୁଛି, ଯାହା ପ୍ରି-କ୍ଲିନିକାଲ ଟ୍ରାଏଲରେ ମୂଷା ଓ ଜେବ୍ରା ଫିସ ଉପରେ ପ୍ରୟୋଗରୁ ଏହା ପ୍ରମାଣିତ ହୋଇଛି।

Advertisment

ନିମ୍ବପତ୍ରରେ ରହିଛି ବ୍ରେଷ୍ଟ୍ କ୍ୟାନସରର ରାମବାଣ । କ୍ୟାନସର ଷ୍ଟେମ୍ ସେଲକୁ ଚୁଟକିରେ ମାରିଦେବ ନିମ୍ବପତ୍ର ଔଷଧ । ILS ଭୁବନେଶ୍ୱର କରିଛି ଏଭଳି ଚମକପ୍ରଦ ଆବିଷ୍କାର । ନିମ୍ବପତ୍ରରେ ଥିବା ନିମ୍ବୋଲାଇଡର ଏଭଳି ଆଶ୍ଚର୍ଯ୍ୟକାରୀ ଗୁଣ ଥିବା ନେଇ ILS ଭୁବନେଶ୍ୱରର ବଡ଼ ଦାବି ନିକଟରେ ILS ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଂଜୀବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ନିମ୍ବପତ୍ରରେ ଥିବା ଫାଇଟୋକେମିକାଲ୍ ନିମ୍ବୋଲାଇଡ ଉପରେ ଗବେଷଣା କରି ଏଭଳି ତଥ୍ୟ ହାସଲ କରିଛି । ଆନ୍ତର୍ଜାତିକ ଗବେଷଣା ପତ୍ରିକା ମଲିକୁଲାର ଥେରାପି ନ୍ୟୁକ୍ଲିକ୍ ଏସିଡ୍ସରେ ଏନେଇ ତଥ୍ୟ ପ୍ରକାଶିତ ହୋଇଛି । ଏମିତିକି ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ବୋଲାଇଡ ମୂଳ ପୋଛ କରିବାର କ୍ଷମତା ରଖୁଛି, ଯାହା ପ୍ରି-କ୍ଲିନିକାଲ ଟ୍ରାଏଲରେ ମୂଷା ଓ ଜେବ୍ରା ଫିସ ଉପରେ ପ୍ରୟୋଗରୁ ଏହା ପ୍ରମାଣିତ ହୋଇଛି।

Advertisment
Odisha ILS Bhubaneswar Cancer Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ