ପାଣି_ପାଇଁ_ହଇଜା?
ଜିଲ୍ଲା ପରେ ଜିଲ୍ଲା ମାଡ଼ୁଛି ହଇଜା। ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ପଶିଛି ଲୋକଙ୍କ ମନରେ ଛନକା। ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ଯାଜପୁର। ଏଠାରେ ପୁଣି ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଉ ୧୬ ନୂଆ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ତେଣେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସହ ବୈଠକ କରି ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାଣି ଯୋଗାଣ ଉପରେ ଜୋର୍ ଦେଇଛି ସେଣ୍ଟ୍ରାଲ୍ ଟିମ।