COVID-19 Resurgence Triggers Alarm Across Asia: Surge in Singapore, Hong Kong, and China
ଚୀନ୍, ସିଙ୍ଗାପୁର, ଥାଇଲାଣ୍ଡରେ କୋଭିଡର ଅଚାନକ ସଂକ୍ରମଣ ବୃଦ୍ଧିକୁ ନେଇ ଆଲର୍ଟ। ନୂଆ ଲହରକୁ ନେଇ ପୂରା ଦକ୍ଷିଣ ଏସିଆରେ ଟେନସନ୍। ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାର ଏ ନୂଆ ଲହରରେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ମେ ୩ ତାରିଖ ସୁଦ୍ଧା ଶେଷ ସପ୍ତାହ ଭିତରେ ସିଙ୍ଗାପୁରରେ କୋଭିଡ୍ ମାମଲରେ ୨୮ ପ୍ରତିଶତ ବୃଦ୍ଧି ଘଟି ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଟପିଛି। ସେହିପରି ମେଡିକାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି କୋଭିଡ୍-19ର ଉତ୍ପତ୍ତିସ୍ଥଳ ଚୀନରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି। ସବୁଠୁ ବେଶି ଚିନ୍ତା ହଂକଂକୁ ନେଇ। ହଂକଂରେ କୋଭିଡ୍-19 ପଜିଟିଭ୍ ହାର ୟା ଭିତରେ ୧୩.୬୬ ପ୍ରତିଶତରେ ପହଞ୍ଚିଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us