Advertisment

ସେମାନେ ଯେତିକି ସ୍ୱତନ୍ତ୍ର, ସେତିକି ସମର୍ଥ…

ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍, ସାର୍ ଆଇଜାକ୍ ନ୍ୟୁଟନ୍, ପ୍ରଖ୍ୟାତ ଚିତ୍ରକର ପାବଲୋ ପିକାସୋ । ଶୈଶବରେ ଏମାନେ ଥିଲେ ଅଟିଜିମର ଶିକାର । ଖାଲି ଏମାନେ କାହିଁକି, ଚର୍ଚ୍ଚା ହୁଏ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟ୍ସଙ୍କ ଠାରେ ବି ଦେଖାଯାଏ ଅଟିଜିମର କିଛି କିଛି ଲକ୍ଷଣ ।

author-image
Tanmay Kumar Mahalik

ଇତିହାସ ସାକ୍ଷୀ ଅଛି । ସେମାନେ ଯେତିକି ସ୍ୱତନ୍ତ୍ର, ସେତିକି ସମର୍ଥ । ଉଚିତ ସୁଯୋଗ ଓ ଶିକ୍ଷା ମିଳିଲେ ସେମାନେ ବି ବିଭିନ୍ନ କ୍ଷେତ୍ରରେ ଦେଖାଇପାରିବେ ନିଜର ଅସାଧାରଣ ଦକ୍ଷତା ଓ ସାମର୍ଥ୍ୟ । ଆମେ କହୁଛୁ ଅଟିଜିମ୍ ଲକ୍ଷଣଯୁକ୍ତ ବା ଅଟିଷ୍ଟିକ୍ ବ୍ୟକ୍ତିମାନଙ୍କ କଥା । ସେମାନଙ୍କର ସାମାଜିକ ଗ୍ରହଣୀୟତା ବୃଦ୍ଧି କରି, ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସଚେତନା ସୃଷ୍ଟି ପାଇଁ ଆଜି ପାଳିତ ହେଉଛି ବିଶ୍ୱ ଅଟିଜିମ୍ ସଚେତନତା ଦିବସ ।

Advertisment
Advertisment
Advertisment