Advertisment

ଫିକା ପଡ଼ିବ କି ପୂଜା ମଉଜ ? ଦାନା ବନ୍ଧୁଛି ଲଘୁଚାପ, ମହାଷଷ୍ଠୀରୁ ଆରମ୍ଭ ହେବ ବର୍ଷା !

ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ।

Advertisment

ଭିଜିବ ଦଶହରା ! ଷଷ୍ଠୀରୁ ଆରମ୍ଭ ହୋଇଯିବ ବର୍ଷା । କାହିଁକି ନା ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଇଏମଡିର ସଦ୍ୟତମ ଆକଳନ କହୁଛି ଆସନ୍ତା ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହାପରେ ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ୨୦ ଅର୍ଥାତ ଷଷ୍ଠୀରୁ ଆରମ୍ଭ ହୋଇଯିବ ବର୍ଷା । ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ଆକଳନ ଅନୁସାରେ, ପ୍ରଥମେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡିକରେ ବର୍ଷା ଦେଖିବାକୁ ମିଳିବ ।

Advertisment
Low Pressure Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ