Advertisment

କୋଲକାତାର ପ୍ରସିଦ୍ଧ ଦୁର୍ଗାପୂଜାରେ ସାମିଲ ହେଲା ଓଟିଭି

କଳା ଓ କାରୁକାର୍ଯ୍ୟର ସହର କୋଲକାତା। ପ୍ରତି ଶହେ ମିଟରରେ ମା\'ଙ୍କ ମେଢ। ହେଲେ ଇଏ ଏମିତି ସେମିତି ପୂଜା ପେଣ୍ଡାଲ ନୁହେଁ। ସବୁଠି ନୂଆ ଥିମ୍, ନିଆରା ପୂଜା। ଆଉ ସେହି ଥିମରେ ରହିଛି ଲୋକଙ୍କ ପାଇଁ ବାର୍ତ୍ତା, ପ୍ରକୃତି ସୁରକ୍ଷାର ସନ୍ଦେଶ...

Advertisment

ବାଉଁଶରେ ଘର, ମାଟିର ସୁରେଇ, ଘର ଚଟିଆଙ୍କ ବସା ସାଙ୍ଗକୁ ମହୁଫେଣା। ବୃକ୍ଷ, ଜଳ, ଅଗ୍ନି, ଆକାଶ ଓ ଧରିତ୍ରୀର ସୁରକ୍ଷା ନେଇ ପୂଜା ପେଣ୍ଡାଲରେ ଦିଆଯାଇଛି ମନୁଷ୍ୟ ଅସ୍ଥିତ୍ୱ ସନ୍ଦେଶ । ମଣିଷର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହକୁ ସ୍ଥାନ ଦେଇ ଲୋକଙ୍କୁ ଭଲ ଓ ମନ୍ଦର ବାର୍ତ୍ତା ଦେଇଛି ପୂଜା କମିଟି। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ପଛରେ କାହାଣୀ ବି ରହିଛି। ମୃଣ୍ମୟୀ ମୂର୍ତ୍ତିରେ ଦେବୀଙ୍କ ଆବାହନ ପାଇଁ ରହିଛନ୍ତି ବିଭିନ୍ନ ଦେବଦେବୀ । ଆଉ ଦଶଭୂଜା, ମହିଷାମର୍ଦ୍ଦିନୀ ହାତ ମେଲାଇ ସୁରକ୍ଷା ଦେଉଛନ୍ତି ସାରା ଜଗତକୁ । କୋଲକାତାର ହାଜାର ହାତ୍ କାଳୀତାଲା ପୂଜା କମିଟିର ଏ ପ୍ରୟାସ, ଯିଏ ଦେଖୁଛି, ତାଜୁବ ହୋଇଯାଉଛି । 

Advertisment
Kolkata OTV News Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ