By: Minati Mishra
Last updated: 12 July 2021, 04:02 PM IST
ଭକ୍ତଶୂନ୍ୟ ବଡଦାଣ୍ଡରେ ଗଡି ଗଡି ଚାଲିଛି ନନ୍ଦିଘୋଷ। ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ କାଳିଆ ଠାକୁର। ବରଷକେ ଥରେ ରଥ ଉପରେ ଠାକୁରଙ୍କୁ ଦେଖିବା ପାଇଁ ଚାହିଁ ବସିଥାଏ ଭକ୍ତ। ହେଲେ ମହାମାରୀ ସାଜିଛି ବାଧକ। ୨ ବର୍ଷ ଧରି ଭକ୍ତ ଏହି ଅପୂର୍ବ ଦର୍ଶନରୁ ବଞ୍ଚିତ ହୋଇ ଆସୁଛି। ହେ କାଳିଆ ଠାକୁର, ଆଉ କେତେ ଦିନ ? ଆଉ କେତେ ଦିନ ଭକ୍ତଙ୍କୁ ଏମିତି ନିରାଶ କରିବ ?