ସୂକ୍ଷ୍ମ ତାରକସୀ କାମ ଲାଗି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସିଲଭର ସିଟି କଟକରେ ମେଢ ଟିକେ ଅଲଗା । କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାନ୍ଦି ଓ ସୁନାରେ ସୁସଜ୍ଜିତ ହୋଇଛି ମାଙ୍କ ପୂଜା ପେଣ୍ଡାଲ ଓ ଆଭୂଷଣ । ସୁନା, ଚାନ୍ଦି ମେଢ଼ର ଏ ରେସରେ ଏଥର ସାମିଲ ହୋଇଛି କଲେଜ ଛକ ପୂଜା କମିଟି । ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ରୂପାରେ ତିଆରି ହୋଇଛି ମା’ଙ୍କ ମେଢ଼ । ମା’ଙ୍କ ମୁକୁଟରେ ଶୋଭା ପାଉଛି ୧ କିଲୋରୁ ଅଧିକ ସୁନା । ଏସବୁଥିରେ ଦେଖିବାକୁ ମିଳିଛି କଟକର ବିଶ୍ୱପ୍ରସିଦ୍ଧ ତାରକସି କାମ । ସେହିଭଳି ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ସର୍ବାଧିକ ୫ କେଜିର ସୁନା ମୁକୁଟ ଓ ୫ କ୍ୱିଣ୍ଟାଲ ରୁପା ମେଢ଼ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରୁଛି ।