ଏଥର ପୀଠରେ ନୁହଁ ଏଲଇଡିରେ ହେବ ବାବାଙ୍କ ଦର୍ଶନ  । ଭକ୍ତ ପରଦାରେ ଠାକୁରଙ୍କୁ ଦେଖିବେ, କିନ୍ତୁ ପାଖକୁ ଯିବେନି । ଗୁଜରାଟ ମୋର୍ବି ଦୁର୍ଘଟଣା ପରେ କଟକ ଧବଳେଶ୍ୱରପୀଠ ଝୁଲାପୋଲକୁ ନେଇ ହଠାତ୍ ଚେଇଁ ଉଠିଛି ପ୍ରଶାସନ । ପୋଲ ଦୁର୍ବଳ ଥିବା ଜଣାପଡ଼ିବା ପରେ ପଞ୍ଚୁକ ପୂର୍ବରୁ ଆଗୁଆ ୧୪୪ ଧାରା ଜାରି କରି ଦେଇଛି । ଏମିତିକି ଝୁଲାପୋଲରେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ତଳେ ଡଙ୍ଗା କି ବୋଟ୍ ଯୋଗେ ବି ଭକ୍ତଙ୍କୁ ବ୍ୟାନ୍ କରାଯାଇଛି । ତେବେ ପ୍ରଶାସନର ଏଭଳି କଠୋର ନିଷ୍ପତ୍ତିକୁ ନେଇ ଉଭୟ ଭକ୍ତ ଓ ପୂଜକଙ୍କ ଅସନ୍ତୋଷ ବଢୁଥିବାରୁ ନିଷ୍ପତ୍ତି ପୁଣି ବଦଳିଛି । ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲାଗିବ ।